୬୦ ବର୍ଷ ଇତିହାସରେ ପ୍ରଥମ,୩ ମାସ ଭିତରେ ଭାଙ୍ଗିଗଲା ଫ୍ରାନ୍ସର ମିସେଲ ବର୍ଣ୍ଣିୟର୍ଙ୍କ ସରକାର
ମାତ୍ର ୩ ମାସ ଭିତରେ ଭାଙ୍ଗିଗଲା ଫ୍ରାନ୍ସର ମିସେଲ ବର୍ଣ୍ଣିୟର୍ଙ୍କ ସରକାର। ଅନାସ୍ଥା ଭୋଟ୍ରେ ହାରିଛନ୍ତି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମସିଲେ। ତାଙ୍କ ବିରୋଧରେ ପଡିଛି ଶତାଧିକ ଭୋଟ୍ । ତେଣୁ ବର୍ତ୍ତମାନ ତାଙ୍କୁ ରାଷ୍ଟପ୍ରତି ଇମାନୁଏଲ୍ ମାକ୍ରୋନଙ୍କ ନିକଟରେ ଦାଖଲ କରିବାକୁ ପଡିବ ନିଜ ଇସ୍ତଫା ପତ୍ର।ଫ୍ରାନ୍ସ ସଂସଦର ଗତ ୬୦ ବର୍ଷ ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳିଛି ଏଭଳି ଘଟଣା।ସୂଚନା ଅନୁଯାୟୀ, ବୁଧବାର ବାମପନ୍ଥୀ ଏନଏଫପି ମେଣ୍ଟ ତରଫରୁ ସରକାରଙ୍କୁ ବହୁମତ ସାବ୍ୟସ୍ତ ପାଇଁ ଦିଆଯାଇଥିଲା ଆହ୍ବାନ। ଫ୍ଲୋର୍ ଟେଷ୍ଟ ବେଳେ ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ପଡ଼ିଥିଲା ୩୩୧ ଖଣ୍ଡ ଭୋଟ୍। ପ୍ରଧାନମନ୍ତ୍ରୀ ମିଚେଲ୍ ବର୍ନିୟରଙ୍କୁ ସରକାର ବଞ୍ଚାଇବା ପାଇଁ ୨୮୮ ସଂସାଦଙ୍କ ସମର୍ଥନ ଥିଲା ଜରୁରୀ । ମାତ୍ର ଫ୍ରାନ୍ସ ନ୍ୟାସନାଲ ଆସେମ୍ବିଲ୍ରେ ସଂଖ୍ୟାଚଗରିଷ୍ଠତା ଦେଖାଇ ପାରିନଥିଲେ ସରକାର ।
Jangyaseni Parida