ମଧ୍ୟପ୍ରାଚ୍ୟରେ ସାମରିକ ଉପସ୍ଥିତି ବୃଦ୍ଧି କରୁଛି ଆମେରିକା

Feb 18, 2026 - 16:21
 0  2
ମଧ୍ୟପ୍ରାଚ୍ୟରେ ସାମରିକ ଉପସ୍ଥିତି ବୃଦ୍ଧି କରୁଛି ଆମେରିକା

ମଧ୍ୟପ୍ରାଚ୍ୟରେ ଲଗାତାର ନିଜର ସାମରିକ ଉପସ୍ଥିତି ବୃଦ୍ଧି କରୁଛି ଆମେରିକା। ଗତ ୨୪ ଘଣ୍ଟା ମଧ୍ୟରେ ୫୦ରୁ ଅଧିକ ଲଢୁଆ ବିମାନ କରାଯାଇଛି ମୁତୟନ।ତେହେରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ଇରାନ ସହିତ ନୂତନ କୂଟନୈତିକ ଆଲୋଚନା ଆରମ୍ଭ କରୁଥିବା ବେଳେ ନିଆଯାଇଛି ଏଭଳି ପଦକ୍ଷେପ। ଏହି ପଦକ୍ଷେପକୁ ବାୟୁସେନା ଓ ନୌସେନାର ଏକ ପ୍ରମୁଖ ସୁଦୃଢ଼ୀକରଣ ବୋଲି କହିଛନ୍ତି ଆମେରିକାର ଅଧିକାରୀ। ଫ୍ଲାଇଟ୍-ଟ୍ରାକିଂ ତଥ୍ୟ ଓ ସାମରିକ ବିମାନ ଚଳାଚଳ ମନିଟରମାନେ ଏହି ଅଞ୍ଚଳ ଆଡକୁ ଆସୁଥିବା ଅନେକ ଏଫ୍‌-୨୨,ଏଫ-୩୫ ଓ ଏଫ୍-୧୬ ଲଢ଼ୁଆ ବିମାନ ତଥା ଅନେକ ଆକାଶ ଇନ୍ଧନ ଭର୍ତ୍ତି ଟ୍ୟାଙ୍କର କରିଛନ୍ତି ରେକର୍ଡ।ଏହା ସୂଚାଇ ଦେଇଛି ଯେ,ବିମାନଗୁଡ଼ିକ ଏକ ବଡ଼ ଅଭିଯାନ ପାଇଁ ହେଉଛନ୍ତି ପ୍ରସ୍ତୁତ।

What's Your Reaction?

like

dislike

love

funny

angry

sad

wow