ଇନପୁଟ ସହାୟତା ରାଶିକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ

Feb 18, 2026 - 16:24
 0  2
ଇନପୁଟ ସହାୟତା ରାଶିକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ

ଇନପୁଟ ସହାୟତା ରାଶିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ତେଜିଲା ରାଜନୀତି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ୮ ଶହ ବଦଳରେ କାହିଁକି ୭୩୧ ଟଙ୍କା ଦେଉଛନ୍ତି ସରକାର । ଘୋଷଣା କରିଥିଲେ ୮ ଶହ ଟଙ୍କା ଇନ୍ପୁଟ ସହାୟତା ରାଶି ଦେବେ । କିନ୍ତୁ ୭୩୧ ଟଙ୍କା ଦେଉଛନ୍ତି । କାହିଁକି ଚାଷୀଙ୍କୁ ୬୯ ଟଙ୍କାରୁ ବଞ୍ଚିତ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ସେଥିପାଇଁ ତେଜୁଛି ଚାଷୀ ଆନ୍ଦୋଳନ । ଆମେ ବିଧାନସଭାରେ ପ୍ରତିବାଦ କରୁଛୁ ବୋଲି କହିଛି ବିଜେଡ଼ି ।ସେପଟେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ଯେ, ଯିଏ ଶହେ ଟଙ୍କା ଘୋଷଣା କରି ଦେଇନଥିଲେ, ସେମାନେ କେଉଁ ମୁହଁରେ ୮ ଶହ ଟଙ୍କା କଥା କହୁଛନ୍ତି । ଆମେ ନିର୍ବାଚନ ବେଳେ ୩୧୦୦ ଟଙ୍କା ଦେବୁ ବୋଲି କହିଥିଲୁ, ଆଉ ଦେଉଛୁ । ଚାଷୀ ଖୁସି ଅଛନ୍ତି । ବିରୋଧୀ କେବଳ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ବାବୁ ସିଂ ।

What's Your Reaction?

like

dislike

love

funny

angry

sad

wow