ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଯୋଜିକା ଏକତା କପୁର

Dec 3, 2024 - 18:01
 0  5
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ  ପ୍ରଯୋଜିକା  ଏକତା କପୁର

୨୦୦୨ ଫେବୃଆରି ୨୭ରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଓ ସେଥିରେ ଜୀବନ୍ତ ଦଗ୍ଦ ହେଇଥିବା ୫୯ ଜଣ ଜୀବନର ସତ୍ୟ କାହାଣୀ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିଥିବାରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଯୋଜିକା ଏକତା କପୁର। ସେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଦେବା ସହ ସିନେମାଟି ଦେଖିବା ଲାଗି କରିଛନ୍ତି ଅନୁରୋଧ । ସୂଚନାଯୋଗ୍ୟ ଯେ, ଗୋଦ୍‌ରା ଘଟଣା ଉପରେ ଆଧାରିତ ବିକ୍ରାନ୍ତ ମେସିଙ୍କ ଚଳଚ୍ଚିତ୍ର 'ସାବରମତି ରିପୋର୍ଟ'ରେ ଦର୍ଶକଙ୍କ ଠାରୁ ମିଳୁଛି ଜବରଦସ୍ତ ପ୍ରତିକ୍ରିୟା। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ ଅଭିନୟକୁ କରାଯାଉଛି ବେଶ୍ ପ୍ରଶଂସା ।  ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଉପରେ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି ବିଜେପି ଶାସିତ ରାଜ୍ୟ ଗୁଡ଼ିକ।  ଏହି ଚଳଚ୍ଚିତ୍ରକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କରିଛନ୍ତି ପ୍ରଶଂସା। 

What's Your Reaction?

like

dislike

love

funny

angry

sad

wow