ମାଟିରେ ମିଶିବ ବୈକୁଣ୍ଠଧାମ
ଅନେକ ଦିନର ଯାଞ୍ଚ ମାଲିମକଦମା ପରେ ମାଟିରେ ମିଶିବ ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ । ଆସନ୍ତା କାଲି ଦିନ ୧୨ ଟା ସୁଦ୍ଧା ଆଶ୍ରମରୁ ଜିନିଷପତ୍ର ଖାଲି କରିବାକୁ ଘୋଷଣା କରିଛନ୍ତି ବିଡିଏ। ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ନିର୍ମାଣ ହୋଇଛି ଏହି ବୈକୁଣ୍ଠଧାମ ଆଶ୍ରମ। ଏଠାରେ ଲୀଳାଖେଳା କରୁଥିଲେ ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ । ସେ ପ୍ରତିଦିନ ଭକ୍ତଙ୍କୁ ଭେଟିବା ସହ ଦେଉଥିଲେ ପ୍ରବଚନ । ନିକଟରେ ବାବାଙ୍କ ଗୋଟିଏ ଫଟୋ ସାମାଜିକ ଗଣମାଧ୍ୟମରେ ହୋଇଥିଲା ଭାଇରାଲ୍ । ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।
Jangyaseni Parida