ମଣିଷକୁ ଡେଇଁଲା ବାର୍ଡ ଫ୍ଲୁ

Aug 28, 2024 - 13:51
 0  2
ମଣିଷକୁ ଡେଇଁଲା ବାର୍ଡ ଫ୍ଲୁ

କୁକୁଡା ପରେ ଏବେ ମଣିଷ ଦେହରେ ବାର୍ଡ ଫ୍ଲୁ ଆଶଙ୍କା ।ପୁରୀ ମଙ୍ଗଳପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦେହରେ ବାର୍ଡ ଫ୍ଲୁ  ଭୂତାଣୁ ସନ୍ଦେହ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୋପାଳ କୁ ପଠାଇଛନ୍ତି ମଙ୍ଗଳପୁର ହାସପାତାଳ କର୍ତ୍ତୃପକ୍ଷ।  ତାଙ୍କ ଠାରେ ଦେଖାଯାଇଥିଲା ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ।  । ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ କି ନୁହେଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ପୁରୀ ପିପିଲି ଓ ସତ୍ୟବାଦୀରେ ବ୍ୟାପୁଛି ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ରୋକିବାକୁ ଜୋରଦାର ଚାଲିଛି କୁକୁଡା ମରା ଅଭିଯାନ ।  ଘର ଘର ବୁଲି ଯାଞ୍ଚ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ । ଏଥିପାଇଁ ଖୋଲାଯାଇଛି କଣ୍ଟ୍ରୋଲ ରୁମ୍‌ । ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳରେ ବଣ୍ଟାଯାଉଛି N-95 ମୁଖା।

What's Your Reaction?

like

dislike

love

funny

angry

sad

wow