ରାଜ୍ଯ କ୍ଯାବିନେଟରେ ୩ଟି ପ୍ରସ୍ତାବରେ ମୋହର

Sep 12, 2024 - 12:36
 0  1
ରାଜ୍ଯ କ୍ଯାବିନେଟରେ ୩ଟି ପ୍ରସ୍ତାବରେ ମୋହର

ଶେଷ ହେଲା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୩ଟି ପ୍ରସ୍ତାବ ଉପରେ ବାଜିଛି ମୋହର। ଯେଉଁଥିରେ ଆଦାନୀ ଗ୍ରୁପକୁ ପ୍ରଦାନ କରାଯାଇଛି ଗୋପାଳପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶୀଦାର। ଯାହାଫଳରେ ଗୋପାଳପୁର ବନ୍ଦରର ହୋଇପାରିବ ଉନ୍ନତି କରଣ । ଫଳରେ ରାଜ୍ୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ବଢ଼ି ନିଯୁକ୍ତିବ। ଏଥିସହିତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ବିବାହିତ ଝିଅ ଏବଂ ସାବତ ଝିଅଙ୍କୁ ମଧ୍ୟ ନିଯୁକ୍ତି ପାଇଁ ଅଧିକାର ମିଳିପାରିବ ବୋଲି କ୍ୟାବିନେଟ୍ ପ୍ରସ୍ତାବରେ ହୋଇଛି ପାରିତ। ସେହିପରି ଅଗ୍ନିବୀରଙ୍କ ପାଇଁ ରାଜ୍ଯରେ ରହିବ ୧୦ ପ୍ରତିଶତ ସଂରକ୍ଷଣ । ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଆନୁଭୂମିକ ସଂରକ୍ଷଣ ପ୍ରସ୍ତାବକୁ ମିଳିଛି କ୍ଯାବିନେଟ ମଞ୍ଜୁରୀ। ସେମାନଙ୍କୁ ବୟସ ସୀମା ୩ ବର୍ଷ କୋହଳ ସହ ଦେବାକୁ ପଡ଼ିବନି  ଶାରିରୀକ ଦକ୍ଷତା ପରୀକ୍ଷା ।

What's Your Reaction?

like

dislike

love

funny

angry

sad

wow