ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ ସାରା

ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ ସାରା । ମୃତ୍ଯୁ ବେଳକୁ ତାକୁ ହୋଇଥିଲା ୧୯ ବର୍ଷ । ବାଘ ସଫାରୀର ୩୩ ନମ୍ବର ଖୁଆଡ଼ରେ ରହୁଥିବା ସାରା ବାର୍ଦ୍ଧକ୍ଯ କାରଣରୁ କିଛି ବର୍ଷ ହେଲା ଅସୁସ୍ଥ ହୋଇପଡ଼ିଥିଲା । ଖାଇବା ପିଇବା ଛାଡ଼ି ଫିଡିଂ ଚାମ୍ବରରେ ପଡ଼ିରହୁଥିଲା । ସାଲାଇନ, ଇଞ୍ଜେକ୍ସନ ଓ ଭିଟାମିନ ଦେଇ ବାଘୁଣୀକୁ ସୁସ୍ଥ କରିବାକୁ ଉଦ୍ଯମ କରିଥିଲେ ସ୍ବତନ୍ତ୍ର ଡାକ୍ତରୀ ଦଳ। ହେଲେ ଶେଷରେ ତାର ମୃତ୍ଯୁ ହୋଇଛି ।୪ ବର୍ଷର ହୋଇଥିବା ସମୟରେ ୨୦୦୯ ମସିହା ଏପ୍ରିଲ ମାସରେ ମଧ୍ଯପ୍ରଦେଶର ଭୋପାଳ ଚଡ଼ିଆଖାନାରୁ ନନ୍ଦନକାନନ ଆସିଥିଲା ସାରା ।ସାରାର ବିୟୋଗରେ ପର୍ଯ୍ୟଟକଙ୍କ ମହଲରେ ଖେଳିଯାଇଛି ଶୋକର ଛାୟା । ସାରାର ମୃତ୍ଯୁ ପରେ ନନ୍ଦନକାନନରେ ୨୬କୁ ଖସି ଆସିଛି ବାଘ ସଂଖ୍ଯା ।
What's Your Reaction?






