ଏଣିକି ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ପାଇ ପାରିବେ ଆୟୁଷ୍ମାନ ଯୋଜନାର ଲାଭ।
ଏଣିକି ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ପାଇ ପାରିବେ ଆୟୁଷ୍ମାନ ଯୋଜନାର ଲାଭ। ଏନେଇ କେନ୍ଦ୍ର କ୍ୟାବିନେଟରେ ବାଜିଛି ମୋହର । ଏହାଦ୍ୱାରା ଦେଶର ପ୍ରାୟ ସାଢ଼େ ୪ କୋଟି ପରିବାରର ୬ କୋଟି ବରିଷ୍ଠ ନାଗରିକ ହେବେ ଉପକୃତ। ଆୟୁଷ୍ମାନ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ମିଳିପାରିବ ବାର୍ଷିକ ୫ ଲକ୍ଷ ଟଙ୍କାର ସହାୟତା । ଏହାବ୍ୟତୀତ କ୍ୟାବିନେଟ ବୈଠକରେ ପିଏମ ଇ-ଡ୍ରାଇଭ ଯୋଜନାକୁ ମଧ୍ୟ ମିଳିଛି ମଞ୍ଜୁରୀ । ଦେଶରେ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଏହି ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାର କାର୍ୟ୍ୟକାରିତା ପାଇଁ ମଞ୍ଜୁର କରାଯାଇଛି ୧୦ ହଜାର ୯୦୦ କୋଟି ଟଙ୍କା । ସେହିପରି ପିଏମ୍ ଇ-ବସ୍ ଯୋଜନା ପାଇଁ ୩,୪୩୫ କୋଟି ଟଙ୍କା କରାଯିବ ଖର୍ଚ୍ଚ । ପିଏମ୍ ଗ୍ରାମ ସଡ଼କ ଯୋଜନାରେ ୭ ହଜାର ୧୨୫ କୋଟି ଟଙ୍କାକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ।
What's Your Reaction?