ଖୋଲିଲା ହୀରାକୁଦର ଆଉ ୬ଟି ଫାଟକ
ଖୋଲିଲା ହୀରାକୁଦର ଆଉ ୬ଟି ଫାଟକ। ଏବେ ମୋଟ ୧୨ଟି ଫାଟକ ଦେଇ ନିଷ୍କାସିତ ହେଉଛି ବନ୍ଯାଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାର ମଧ୍ଯରେ ବଢିବାରେ ଲାଗିଛି ବନ୍ଯାଜଳ ପ୍ରବେଶ। ଏବେ ୬୨୭ ଫୁଟ ରହିଛି ଜଳଭଣ୍ଡାରର ଜଳସ୍ତର। ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୯ ହଜାର ୩୪୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୧ ଲକ୍ଷ ୩୬ ହଜାର ଘନଫୁଟ ପାଣି । ଆଗକୁ ଅଧିକ ପାଣି ଆସିବା ସମ୍ଭାବନା ଥିବାରୁ ହୀରାକୁଦରେ ଖୋଲିପାରେ ଅଧିକ ଫାଟକ।
What's Your Reaction?