ପୀତବାସ ହତ୍ୟାକାଣ୍ଡରେ ନୂଆ ତଥ୍ୟ: ଆପତ୍ତିଜନକ ଫଟୋକୁ ନେଇ ବ୍ଲାକମେଲ୍
Shocking facts have emerged in the Pitabas Panda murder case. The murder is allegedly linked to objectionable photographs of a former MLA. Pitabas reportedly possessed some compromising photos of former MLA Bikram Panda and had been threatening to make them public. During the investigation, police recovered an envelope from a secret chamber of Pitabas’s cupboard containing four objectionable photographs of Bikram Panda. A pen drive containing digital copies of the same photos was also seized, as mentioned in the chargesheet. Notably, a 1,600-page chargesheet was filed on January 4 in this case. Pitabas Panda was shot dead on October 6 at around 10 PM near Baikunthanagar Square.
ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବତନ ବିଧାୟକଙ୍କ ଆପତ୍ତିଜନକ ଫଟୋ ଲିଙ୍କ। ପୀତବାସଙ୍କ ପାଖେ ରହିଥିଲା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କିଛି ଆପତ୍ତିଜନକ ଫଟୋ,ଯାହାକୁ ସର୍ବସାଧାରଣରେ ଭାଇରାଲ କରିଦେବେ ବୋଲି ଧମକ ଦେଉଥିଲେ ପୀତବାସ ।ତେବେ ପୀତବାସଙ୍କ ଆଲମିରା ସିକ୍ରେଟ୍ ଚାମ୍ବରରୁ ଏକ ଲଫାଫା ମିଳିଥିବା ବେଳେ ତା ଭିତରେ ଥିଲା ବିକ୍ରମଙ୍କ ୪ଟି ଆପତ୍ତିଜନକ ଫଟୋ । ଏପରିକି ଏକ ପେନ୍ ଡ୍ରାଇଭ୍ରେ ବି ଥିଲା ସେହି ଫଟୋର ଡିଜିଟାଲ୍ କପି,ଯାହାକୁ ପୁଲିସ ଜବତ କରିଥିବା ଦର୍ଶାଇଛି ଚାର୍ଜସିଟ୍ରେ ।ସୂଚନାଯୋଗ୍ୟ ଯେ, ଜାନୁଆରୀ ୪ ତାରିଖରେ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ୧୬ଶହ ପୃଷ୍ଠାର ଚାର୍ଜସିଟ୍ ହୋଇଛି ଦାଖଲ । ଅକ୍ଟୋବର ୬ ତାରିଖ ରାତି ୧୦ରେ ବୈକୁଣ୍ଠନଗର ଛକରେ ପୀତବାସଙ୍କୁ ଗୁଳି କରି କରାଯାଇଥିଲା ହତ୍ୟା ।
What's Your Reaction?