ଟ୍ରେଡ୍ ୟୁନିଅନର ୧୨ ଘଣ୍ଟିଆ ଭାରତ ବନ୍ଦ
ଶ୍ରମ କୋଡ୍ ରଦ୍ଧ ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚର ଦେଶବ୍ୟାପି ଧର୍ମଘଟ। ନୂଆ ଶ୍ରମ କୋଡ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତେଜିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ।ଶ୍ରମ କୋଡ୍ ପ୍ରତ୍ୟାହାର ଦାବିରେ ଦିନ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଇଛନ୍ତି ୧୨ ଘଣ୍ଟିଆ ବନ୍ଦ ଡାକରା।ଏଥିସହ ଓଡ଼ିଶାରେ ଚାଲିଥିବା ବିଜୁଳି ବିଲ୍,କଟନିଛଟନି ଓ ମନରେଗାକୁ ପ୍ରସଙ୍ଗ କରି ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସଂଗଠନ।ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି କଂଗ୍ରେସ, ବାମଦଳ ଓ ବିଜେଡି। ଭାରତ ବନ୍ଦ ଡାକରାକୁ ନଜରରେ ରଖି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର।ପରିସ୍ଥିତି ଦେଖି ବନ୍ଦ ରହିଛି ସବୁ ଯାତ୍ରୀବାହୀ ବସ୍ ସେବା। ଘରୋଇ ସ୍କୁଲ କଲେଜ ବି ରହିଛି ବନ୍ଦ।
What's Your Reaction?