ସମ୍ବଲପୁର ମଣ୍ଡଳ କାରାଗାରରେ ପୋଲିସର ଅଚାନକ ଚଢାଉ

ସମ୍ବଲପୁର ମଣ୍ଡଳ କାରାଗାରରେ ପୋଲିସର ଅଚାନକ ଚଢାଉ

ଆଜି ସକାଳୁ ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ଚଢାଉ କରିଛି ପୋଲିସ। ଏହି ସମୟରେ କାରାଗାରରୁ ଜବତ ହୋଇଛି ବିଡ଼ି, ଖଇନି, ଗଞ୍ଜେଇ ଭଳି ମାଦକ ଦ୍ରବ୍ୟ । ଚଢାଉରେ ସମ୍ବଲପୁର ଥାନାର ସମସ୍ତ ଅଧିକାରୀଙ୍କ ସମେତ ଉଚ୍ଚପଦସ୍ଥ କର୍ମଚାରୀମାନେ ହୋଇଥିଲେ ସାମିଲ। କେମିତି ଓ କେଉଁ ପରିସ୍ଥିତିରେ କାରାଗାର ମଧ୍ୟକୁ ଏସବୁ ମାଦକ ଦ୍ରବ୍ୟ ପ୍ରବେଶ କରାଯାଉଛି ସେ ଉପରେ କରାଯାଉଛି ଯାଞ୍ଚ। ସେହିପରି ବରଗଡ଼ ଜିଲାମୁଖ୍ୟ କାରାଗାରରେ ମଧ୍ଯ ଅତର୍କିତ ଚଢାଉ କରି ଭାଙ୍ଗ, ଖଇନି, ଗୁଟଖା ଓ ଆଣ୍ଟି ବାୟୋଟିକ ଔଷଧ ଜବତ କରିଛି ପୋଲିସ ।