କାଲି ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ

Aug 26, 2024 - 12:57
 0  3
କାଲି ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ

ଆସନ୍ତାକାଲିଠାରୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାହୁଲ ନବୀନ। କାଲି ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ପୁରୀ ଗସ୍ତରେ ଯିବେ।ସେଠାରେ ରାତ୍ରିଯାପନ କରିବା ସହ ବୁଧବାର ସକାଳେ କରିବେ ମହାପ୍ରଭୁଙ୍କୁ ଦର୍ଶନ। ପରେ  କଟକ ଆସି  ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ  ରାହୁଲ ନବୀନ। ପରେ ସେ ଭୁବନେଶ୍ୱରରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ଯାଇ ଏକାଧିକ ପୁରୁଣା ମାମଲାର ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁନେଇ କରିପାରନ୍ତି ଆଲୋଚନା।

What's Your Reaction?

like

dislike

love

funny

angry

sad

wow