ଜିଲ୍ଳା ଭିତ୍ତିକ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟରେ ବନ୍ଦ ପାଳନ
ଆଜି ଅବିଭକ୍ତ କୋରାପୁଟ ବନ୍ଦ। କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ସକାଳ ୬ଟାରୁ ଆରମ୍ଭ ହୋଇଛି ବନ୍ଦ ପାଳନ। ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଆନ୍ଦୋଳନରେ ସାମିଲ ହୋଇଛନ୍ତି ବହୁ ଯୁବକ ଯୁବତୀଙ୍କ ସହ ଗଣ ସଂଗଠନ।ସକାଳ ୬ ରୁ ସଂଧ୍ଯା ୬ ଟାପର୍ଯ୍ୟନ୍ତ କରାଯାଉଛି ବନ୍ଦ ପାଳନ। ଏହି ସମୟରେ ଗାଡ଼ି ଚଳାଚଳ ସହ ବନ୍ଦ ରହିଛି ଦୋକାନ ବଜାର। ରାଜ୍ୟ ସରକାର ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ଥାନୀୟ ନିଯୁକ୍ତି ନଦେଲା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ମିଳିତ କ୍ରିୟାନୁଷ୍ଠାନ କମିଟି।
Jangyaseni Parida