ପ୍ରତିବନ୍ଧକ ସତ୍ତ୍ବେ ଭାରତକୁ ଆସୁଛି ଚାଇନା ରସୁଣ
![ପ୍ରତିବନ୍ଧକ ସତ୍ତ୍ବେ ଭାରତକୁ ଆସୁଛି ଚାଇନା ରସୁଣ](https://kalingascroll.in/uploads/images/202409/image_870x_66e2a62a02787.jpg)
ପ୍ରତିବନ୍ଧକ ସତ୍ତ୍ବେ ଭାରତକୁ ଗଳାବାଟ ଦେଇ ପଶୁଛି ଶହ ଶହ ଟନ୍ ଚାଇନା ରସୁଣ। ଉତ୍ତରପ୍ରଦେଶ ମହାରାଜଗଞ୍ଜ ଅଞ୍ଚଳରୁ ୧୪ କ୍ବିଣ୍ଟାଲ ରସୁଣ ଜବତ ପରେ ଏନେଇ ମିଳିଛି ସୂଚନା। ଏହାକୁ ମାଟି ଖୋଳି ପୋତି ଦେଇଥିଲେ କଷ୍ଟମ ବିଭାଗ ଅଧିକାରୀ। ତଥାପି ଲୋକେ ମାଟି ଖୋଳି ରସୁଣକୁ ବାହାର କରି ନେଇଯାଉଥିବା ଦେଖିବାକୁ ମିଳିଛି। ଏନେଇ ପଚାରିବାରୁ ଖାଇବାକୁ ନୁହେଁ ଜମିରେ ଖତ ଭାବରେ ବ୍ୟବହାର କରିବାକୁ କିଛିଲୋକ କହିଥିବାବେଳେ ବଜାରରେ ରସୁଣ ଦର ଅଧିକ ଥିବାରୁ ଏହାକୁ ନେବାକୁ ବାଧ୍ୟ ହେଉଥିବା କହିଛନ୍ତି ଆଉ କିଛି ଲୋକ। ତେବେ ଏହି ରସୁଣ କୁତ୍ରିମ ଉପାୟରେ କରାଯାଉଛି ଅମଳ,ଯାହା ଶରୀର ପାଇଁ କ୍ଷତିକାରକ।ଏଥିରେ ସାଂଘାତିକ ଫଙ୍ଗସ ଥିବାରୁ ଭାରତର ଲାବ୍ ଟେଷ୍ଟରେ ମଧ୍ଯ ହୋଇଛି ବିଫଳ। ସେଥିପାଁଇ ଏହା ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ। ଅନ୍ୟପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ପରେ ମଧ୍ୟ କାହିଁକି ରସୁଣ ଆମଦାନୀ ବନ୍ଦ ହେଉନି ତାକୁ ନେଇ ଉଠିଛି ପ୍ରଶ୍ନ। ଯେଉଁମାନେ ଗଳାବାଟ ଦେଇ ରସୁଣ ଆଣୁଛନ୍ତି ତାଙ୍କ ଉପରେ କଡା ପଦକ୍ଷେପ ନେବାକୁ ମଧ୍ଯ ହୋଇଛି ଦାବି।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)