ହ୍ୟାଟ୍ରିକ ବିଜୟ ସହ ମାଲେସିଆକୁ ହରାଇ ସେମିରେ ଭାରତ

Sep 12, 2024 - 14:57
 0  1
ହ୍ୟାଟ୍ରିକ ବିଜୟ ସହ ମାଲେସିଆକୁ ହରାଇ ସେମିରେ ଭାରତ

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକିରେ ଭାରତର ହ୍ୟାଟ୍ରିକ ବିଜୟ ସହ ମାଲେସିଆକୁ ହରାଇ ସେମିରେ ପ୍ରବେଶ କରିଛି ଭାରତ। ଡିଫେଣ୍ଡିଂ ଚାମ୍ପିୟନ ଭାରତ ୮-୧ରେ ମାଲେସିୟାକୁ ପରାସ୍ତ କରି  ରହିଥିଲା ଅପରାଜୟ । ରାଉଣ୍ଡ ରବିନ ପଦ୍ଧତିରେ ଖେଳାଯାଉଥିବା ଏହି ୬ ଦଳୀୟ ପ୍ରତିଯୋଗିତାରେ ୯ ପଏଣ୍ଟ୍‌ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି ଭାରତ । ପ୍ରତିଯୋଗିତା ଅନୁସାରେ ଶୀର୍ଷ ୪ ଦଳ ସେମିଫାଇନାଲ୍ ଖେଳିବାର ହକ୍‌ଦାର ହେଉଥିବାରୁ ଭାରତ ପ୍ରଥମ ଦଳ ଭାବେ  ହାସଲ କରିଛି ସେମିଫାଇନାଲ୍ ଟିକେଟ।ତେବେ ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର କୋରିଆ ଏବଂ ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଭାରତ । ଆସନ୍ତା ୧୬ରେ ସେମି ଫାଇନାଲ ଓ ୧୭ ତାରିଖରେ ଖେଳାଯିବ ଫାଇନାଲ।

What's Your Reaction?

like

dislike

love

funny

angry

sad

wow