ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ୨ ପଦକ
ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ମିଳିଛି ୨ଟି ପଦକ।ପୁରୁଷ ହାଇଜମ୍ପ ଇଭେଣ୍ଟରେ ନିଷାଦ କୁମାର ଜିତିଛନ୍ତି ରୌପ୍ୟପଦକ। ୨.୦୪ ମିଟର ସହ ଚଳିତ ସିଜିନର ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି ନିଷାଦ। ଏହାର କିଛି ସମୟ ପୂର୍ବରୁ ପ୍ରୀତି ପାଲ ମଧ୍ୟ ଆଥଲେଟିକ୍ସରେ ଭାରତ ପାଇଁ ଆଣିଛନ୍ତି ବ୍ରୋଞ୍ଜ ପଦକ । ମହିଳା ୨୦୦ ମିଟର ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ପ୍ରୀତି ପାଲ। ଫାଇନାଲରେ ୩୦.୦୧ ସେକେଣ୍ଡରେ ସେ କରିଛନ୍ତି ଏହି ବିଜୟ । ଏହାପୂର୍ବରୁ ୧୦୦ ମିଟର ଦୌଡରେ ମଧ୍ୟ ପ୍ରୀତି ଜିତିଥିଲେ ବ୍ରୋଞ୍ଜ ପଦକ।ଆଥଲେଟିକ୍ସରେ ଗୋଟିଏ ସଂସ୍କରଣରେ ଭାରତ ପାଇଁ ୨ଟି ପଦକ ଆଣିଥିବା ପ୍ରଥମ ଆଥଲେଟ ହେଉଛନ୍ତି ପ୍ରୀତି ପାଲ। ବର୍ତ୍ତମାନ ସୁଦ୍ଧା ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ନିଜ ନାଁରେ ୭ଟି ପଦକ କରିଛି ଭାରତ । ଏହା ଭିତରେ ରହିଛି ଗୋଟିଏ ସ୍ୱର୍ଣ୍ଣ ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ।
What's Your Reaction?