ସୂର୍ଯ୍ୟ ଯାଦବ ହେଲେ ଇଣ୍ଡିଆ ଟିମର ଅଧିନାୟକ

ଜିମ୍ବାୱେକୁ ତାର ନିଜ ମାଟିରେ ହରାଇବା ପରେ ଏବେ ଭାରତୀୟ ଦଳର ପରବର୍ତ୍ତୀ ମିଶନ ହେଉଛି ଶ୍ରୀଲଙ୍କା । ଶ୍ରୀଲଙ୍କାରେ ୩ଟି ଏକଦିବସୀୟ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବ ଭାରତ । ଏଥିପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ ।ଏଥିରେ ସୂର୍ଯ୍ୟ କୁମାର ଯାଦବ ଅଧିନାୟକ ଏବଂ ଶୁଭମନ ଗିଲ୍ ହେବେ ଉପଅଧିନାୟକ ।ଏହା ବ୍ୟତୀତ ୱିକେଟ କିପର ଋଷଭ ପନ୍ଥଙ୍କ ହୋଇଛି ପ୍ରତ୍ୟାବର୍ତ୍ତନ । ରିଆନ ପରାଗଙ୍କୁ ଏକଦିବସୀୟ ଓ ଟି-ଟ୍ୱେଣ୍ଟିରେ ଦିଆଯାଇଛି ସୁଯୋଗ । ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ନିକଟରେ ଜିମ୍ୱାଓ୍ୱେକୁ ଟି-ଟ୍ୱେଣ୍ଟି କ୍ରିକେଟରେ ୪-୧ରେ ହରାଇଥିଲା ଭାରତୀୟ ଦଳ। ଏହାପୂର୍ବରୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା ଭାରତ । ଶ୍ରୀଲଙ୍କା ଗସ୍ତ ସମୟରେ ଏକଦିବସୀୟ ଟିମର ନେତୃତ୍ୱ ନେବେ ରୋହିତ ଶର୍ମା । ୨୭ ଜୁଲାଇରୁ ଆରମ୍ଭ ହେବ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ । ୨୭, ୨୮ ଓ ୩୦ ଜୁଲାଇରେ ଖେଳାଯିବ ପ୍ରଥମେ ୩ଟି ଟି- ଟ୍ୱେଣ୍ଟି ମ୍ୟାଚ । ସେହିଭଳି ୨ ଅଗଷ୍ଟରୁଆରମ୍ଭ ହେବ ଏକଦିବସୀୟ ସିରିଜ । ୪ ଓ ୭ ତାରିଖରେ ଖେଳାଯିବ ଦ୍ୱିତୀୟ ଓ ତୃତୀୟ ଏକଦିବସୀୟ ମ୍ୟାଚ ।
What's Your Reaction?






