ଜାଣନ୍ତୁ ପେଟ୍ରୋଲ-ଡିଜେଲ ମୂଲ୍ୟ

ପୁଣିଥରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିବା ସହ ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚିଛି ବ୍ରେଣ୍ଟ ଅଶୋଧିତ ମୂଲ୍ୟ । ଏହି ସମୟରେ ବଜେଟ୍ ପୂର୍ବରୁ ପ୍ରକାଶିତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଦେଖିବାକୁ ମିଳିଛି ପରିବର୍ତ୍ତନ । କେତେକ ସ୍ଥାନରେ ଏହା ଶସ୍ତା ହୋଇଥିବାବେଳେ କେତେକ ସହରରେ ବୃଦ୍ଧି ପାଇଛି ତେଲ ମୂଲ୍ୟ।ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ରହିଛି ୯୨ ଟଙ୍କା ୬୪ ପଇସା ।ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୨ ପଇସା ହୋଇଥିବାବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୪୪ ପଇସା ଏବଂ ଡିଜେଲ ଲିଟର ପିଛା ରହିଛି ୮୯ ଟଙ୍କା ୯୭ ପଇସା ।ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୪ ଟଙ୍କା ୯୫ ପଇସା ଥିବାବେଳେ ଡିଜେଲ ଦର ୯୧ ଟଙ୍କା ୭୬ ପଇସା ଏବଂ ଚେନ୍ନାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ୭୫ ପଇସା ଥିବା ବେଳେ ଡିଜେଲ ଦାମ ରହିଛି ୯୨ ଟଙ୍କା ୩୪ ପଇସା ।
What's Your Reaction?






