ପୁଣି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଲେ ନୀରଜ ଚୋପ୍ରା

ପୁଣି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଲେ ନୀରଜ ଚୋପ୍ରା। ଫିନଲ୍ୟାଣ୍ଡର ଟୁର୍କୁରେ ମଙ୍ଗଳବାର ଖେଳାଯାଇଥିବା ପାଭୋ ନୁର୍ମି କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ନିଜ ଆତ୍ମବିଶ୍ୱାସ ବଢ଼ାଇଛନ୍ତି ନୀରଜ।ଅଲିମ୍ପିକ ତଥା ବିଶ୍ୱବିଜେତା ଜାଭଲିନ୍ ତାରକା ୨୬ ବର୍ଷୀୟ ନୀରଜ ଏକ ମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ନେଇଥିଲେ ଭାଗ। ତୃତୀୟ ପ୍ରୟାସରେ ୮୫.୯୭ ମିଟର୍ ଯାଏଁ ଜାଭଲିନ୍ ଥ୍ରୋ କରିଥିଲେ,ଯାହା ତାଙ୍କୁ ଶୀର୍ଷରେ ରଖିଥିଲା।ସେହିପରି ଫିନ୍ଲ୍ୟାଣ୍ଡର ଟୋନି କିରାନେନ୍ ୮୪.୧୯ ମିଟର୍ ଜାଭଲିନ୍ ଫିଙ୍ଗି ରୌପ୍ୟ ପଦକ ଜିତିଥିବାବେଳେ ତାଙ୍କ ଦେଶର ପ୍ରତିଦ୍ୱନ୍ଦ୍ୱି ତଥା ଗତ ବର୍ଷର ବିଜେତା ଓଲିଭର୍ ହେଲାଣ୍ଡର୍ ୮୩.୯୬ ମିନିଟ୍ ଜାଭଲିନ୍ ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି।
What's Your Reaction?






