ବିଜେପିର ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ

Jun 19, 2024 - 12:45
 0  3
ବିଜେପିର ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ

ବାଚସ୍ପତି ନିର୍ବାଚନ ପାଇଁ ଆଜି  ନାମାଙ୍କନ ଦାଖଲ କରିଛନ୍ତି ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ଓ ବିଜେପିର ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା । ଆଜି ବାଚସ୍ପତି ପ୍ରାର୍ଥୀ ପାଇଁ ବସିଥିଲା ବିଜେପିର ବିଧାୟକ ଦଳ ବୈଠକ । କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ ଦୀର୍ଘସମୟ ଧରି ଚାଲିଥିଲା ମାନସମନ୍ଥନ  । ଏହି ବୈଠକରେ ସର୍ବସମ୍ମତି କ୍ରମେ ସୁରମା ପାଢୀଙ୍କ ନାଁରେ ବାଜିଛି ମୋହର  ।ତେବେ ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଥିବାରୁ ସୁରମା ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ସେହିଭଳି  କେହି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ସୁରମା ବାଚସ୍ପତି ହେବା ନିଶ୍ଚିତ ବୋଲି ହେଉଛି ଚର୍ଚ୍ଚା  ।

What's Your Reaction?

like

dislike

love

funny

angry

sad

wow