ଗଡ଼ିଲା ନନ୍ଦିଘୋଷ
Manua Thakur’s Pride Shattered as Nandighosha Rath Moves Ahead With chants echoing from every home, Lord Jagannath’s Nandighosha chariot resumed its journey today. Due to delays during yesterday’s Rath Yatra (Chariot Festival), the Nandighosha, Taladhwaja, and Darpadalana chariots were left stranded mid-way. However, starting from 9:30 AM this morning, over a hundred thousand devotees began pulling the chariots again. Lord Balabhadra’s chariot is now at Balgandi, and Devi Subhadra’s chariot is advancing from Market Square. The pulling of the chariots resumed around 9:30 AM after the Lords completed their rest rituals.

ମାନ ଭାଙ୍ଗିଲେ ମନୁଆ ଠାକୁର। ଘରଘର ନାଦରେ ଗଡିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଗତକାଲି ରଥଟଣାରେ ବିଳମ୍ବ ଯୋଗୁଁ ଅଧାରେ ଅଟକିଥିଲା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ । ଆଜି ସକାଳ ସାଢ଼େ ୯ଟାରୁ ପୁଣି ରଥ ଟାଣୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ବଡ଼ ଠାକୁରଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ୍ ଛକରୁ ଆଗେଇ ଚାଲିଛି । ଠାକୁରଙ୍କ ଅବକାଶ ସରିବା ପରେ ସକାଳ ପ୍ରାୟ ସାଢ଼େ ୯ଟାରେ ଆରମ୍ଭ ହୋଇଥିଲା ରଥ ଟଣା।
What's Your Reaction?






