ସର୍ବଦଳୀୟ ବୈଠକକୁ ଆସିଲାନି କଂଗ୍ରେସ ; ଶୃଙ୍ଖଳିତ ଗୃହକାର୍ଯ୍ୟ ନେଇ ବିରୋଧୀଙ୍କ ସହଯୋଗ ଲୋଡିଲେ ବାଚସ୍ପତି

ସର୍ବଦଳୀୟ ବୈଠକକୁ ଆସିଲାନି କଂଗ୍ରେସ ; ଶୃଙ୍ଖଳିତ ଗୃହକାର୍ଯ୍ୟ ନେଇ ବିରୋଧୀଙ୍କ ସହଯୋଗ ଲୋଡିଲେ ବାଚସ୍ପତି

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ। ତା’ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସରିଛି ସର୍ବଦଳୀୟ ବୈଠକ। । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଥିଲେ ଉପସ୍ଥିତ।ମୁଖ୍ୟମନ୍ତ୍ରୀ ଆଜି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ କରିଥିଲେ ନିମନ୍ତ୍ରଣ। ତେବେ ସର୍ବଦଳୀୟ ବୈଠକରେ ଯୋଗ ଦେଇ ନଥିଲେ ନବୀନ। ସେହିଭଳି ଆଜିର ସର୍ବଦଳୀୟ ବୈଠକରେ ଯୋଗ ଦେଇ ନଥିଲେ କଂଗ୍ରେସର କୌଣସି ବିଧାୟକତେବେ ଆସନ୍ତା କାଲି ଆରମ୍ଭ ହେବାକୁ ଥିବା ଅଧିବେଶନରେ କିପରି ଶୃଙ୍ଖଳାର ସହ ଗୃହକାର୍ଯ୍ୟ ପରିଚାଳିତ ହେବ ସେନେଇ ମୁଖ୍ୟତଃ ବୈଠକରେ ହୋଇଥିଲା ଆଲୋଚନା  ।