ଆଖି ବୁଜିଲା ପୋଷାହାତୀ ଭବାନୀ

Jan 28, 2025 - 12:56
 0  2
ଆଖି ବୁଜିଲା ପୋଷାହାତୀ ଭବାନୀ

ଶିମିଳିପାଳ ଜେନାବିଲରେ ଆଖି ବୁଜିଲା ପୋଷାହାତୀ ଭବାନୀ । ମୃତ୍ୟୁ ବେଳକୁ ଭବାନୀକୁ ହୋଇଥିଲା ୬୦ ବର୍ଷ ବୟସ। ଭବାନୀର ପୋଷ୍ଟମର୍ଟମ କରାଯିବା ନେଇ ସୂଚନା ଦେଇଛନ୍ତି  RCCF ପ୍ରକାଶ ଚାନ୍ଦ ଗୋଗୀନେନି । ଅଭୟାରଣ୍ୟରେ କାଠ ମାଫିଆ ଓ ବନ୍ୟଜନ୍ତୁ ଶିକାରୀ ରୋକିବା ପାଇଁ ତଥା ପାଟ୍ରୋଲିଂ ପାଇଁ  ୨୦୦୧ ଡିସେମ୍ବର ମାସରେ ଶିମିଳିପାଳକୁ ଆସିଥିଲା  ଭବାନୀ ।କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମ୍‌ସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ଦନ୍ତା ହାତୀ ମହେନ୍ଦ୍ର,୨ଟି ମାଈ ହାତୀ ଭବାନୀ,ଶୋଭା ଓ ୩ଟି କୁମ୍‌କୀ ହାତୀଙ୍କୁ ଅଣାଯାଇଥିଲା ଶିମିଳିପାଳ । ପ୍ରଥମେ ଶୋଭା ଓ କିଛି ଦିନ ପୂର୍ବରୁ ମହେନ୍ଦ୍ରର ହୋଇଥିଲା ମୃତ୍ୟୁ ।  

What's Your Reaction?

like

dislike

love

funny

angry

sad

wow