ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

 ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି ଶିବିର। ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଭିଯୋଗ ଶୁଣାଣି ପାଇଁ ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ କରିବାକୁ ପଡିବ ପଞ୍ଜୀକରଣ।  ସେଠାରେ ଉପସ୍ଥିତ ରହି ନିଜ ପଞ୍ଜୀକରଣ କରାଇ ପାରିବେ ଆଗ୍ରହୀ ବ୍ୟକ୍ତି।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ଦେବେ ନିର୍ଦ୍ଦେଶ  । ତେବେ ଆଜିର ଜନ ଶୁଣାଣି ପାଇଁ ଏଯାଏଁ ୩୦୦ରୁ ଅଧିକ ଲୋକ ନାମ ପଞ୍ଜିକରଣ କରିସାରିଥିବା ମିଳିଛି ସୂଚନା ।