କମିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର

କମିଲା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ୩୧ ଟଙ୍କା ହ୍ରାସ ପାଇଛି ୧୯ କେଜି ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ।ଦିଲ୍ଲୀରେ ଏବେ ଏହି ସିଲିଣ୍ଡର ୧୬୭୬ ପରିବର୍ତ୍ତେ ୧୬୪୬ ଟଙ୍କାରେ ହେବ ଉପଲବ୍ଧ । ସେହିପରି ମୁମ୍ବାଇରେ ଏହାର ମୂଲ୍ୟ ୧,୬୨୯ ରୁ ୧,୫୯୮ ଟଙ୍କାକୁ ହ୍ରାସ ପାଇଥିବାବେଳେ ଚେନ୍ନାଇରେ ଏକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୮୪୦ ଟଙ୍କା ଏବଂ କୋଲକାତାରେ ହୋଇଛି ୧,୭୮୭ ଟଙ୍କା।ତେବେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ହୋଇନାହିଁ କୌଣସି ପରିବର୍ତ୍ତନ ।
What's Your Reaction?






