ସପ୍ତଶଯ୍ୟା ପାହାଡରୁ ଉଦ୍ଧାର ହେଲେ ୫ ଛାତ୍ର

ସପ୍ତଶଯ୍ୟା ପାହାଡରୁ ଉଦ୍ଧାର ହେଲେ ୫ ଛାତ୍ର

ଉଦ୍ଧାର ହେଲେ ଢେଙ୍କାନାଳ ସପ୍ତଶଯ୍ୟା ଜଙ୍ଗଲ ବୁଲିବାକୁ ଯାଇ ବାଟବଣା ହୋଇଥିବା ୫ ଛାତ୍ର । ଜଙ୍ଗଲ ନିକଟ ଏକ ସ୍ପିରିଟ୍ କାରଖାନା ନିକଟରୁ ନିଖୋଜ ଛାତ୍ରମାନଙ୍କୁ  ସୁରକ୍ଷିତ ଭାବେ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ବନ ବିଭାଗ। ଉଦ୍ଧାର ହୋଇଥିବା ଛାତ୍ର ମାନେ ହେଲେ କଟକ ଲିଙ୍କ ରୋଡର ହିମାଂଶୁ ଦାଶ, ସୁଜିତ ସାହୁ ,ଅରଖିତ ମହାପାତ୍ର, ଶୁଭମ୍ ମହାପାତ୍ର ଓ ଲକି ଦାଶ । ରବିବାର ସକାଳେ ସପ୍ତଶଯ୍ୟା ମନ୍ଦିର ଦର୍ଶନ କରିବା ସହ ନିକଟସ୍ଥ ଜଙ୍ଗଲକୁ ଫଟୋ ଉଠାଇବାକୁ ଯାଇଥିଲେ ଏହି ୫ ଜଣ ଛାତ୍ର । ଏହା ପରଠାରୁ ସେମାନେ ଆଉ ଫେରିନଥିଲେ ।ଖବର ପାଇବା ପରେ ଗତକାଲି ସନ୍ଧ୍ୟାରୁ ଢେଙ୍କାନାଳ ବନ ବିଭାଗର ତିନୋଟି ଦଳ ଓ ସଦରଥାନା ପୋଲିସ ପକ୍ଷରୁ ଜାରି ରହିଥିଲା ତଲାସି ଅଭିଯାନ ।