ମହାପ୍ରସାଦ ପ୍ରସ୍ତୁତ ପରେ ନୁହେଁ ବରଂ ପୂର୍ବରୁ କରାଯାଉ ଯାଞ୍ଚ:ସୁଆର, ମହାସୁଆର ନିଯୋଗ ସାଧାରଣ ସଂପାଦକ

Sep 29, 2024 - 14:03
 0  7
ମହାପ୍ରସାଦ ପ୍ରସ୍ତୁତ ପରେ ନୁହେଁ ବରଂ ପୂର୍ବରୁ କରାଯାଉ ଯାଞ୍ଚ:ସୁଆର, ମହାସୁଆର ନିଯୋଗ ସାଧାରଣ ସଂପାଦକ

ତିରୁପତି ଲଡ଼ୁ ଅପମିଶ୍ରଣ ପରେ ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ମାନ ଯାଂଚ କରିବାକୁ ହେଉଥିବା ଦାବି ଉପରେ ପତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ । ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ, ପ୍ରସ୍ତୁତି ପୂର୍ବରୁ ଯାଞ୍ଚ କରିବାକୁ ସେ କରିଛନ୍ତି ଦାବି  । ପୂର୍ବରୁ ମଧ୍ୟ ରୋଷଶାଳାକୁ ଆସୁଥିବା ବିଭିନ୍ନ ସାମଗ୍ରୀ ଯାଞ୍ଚ ଲାଗି ନିୟୋଜିତ ଅଛନ୍ତି ସେବାୟତ  । ଆନନ୍ଦ ବଜାର ଶୃଙ୍ଖଳା ଆଣିବା ଲାଗି ଗତକାଲି ସୁଆର ମହାସୁଆର ନିଯୋଗ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଏକ ବୈଠକ  । ଆନନ୍ଦ ବଜାର କର୍ମଚାରୀଙ୍କୁ ସ୍ୱତନ୍ତ୍ର ଡ୍ରେସ କୋଡ଼, ବାସି ଅଭଢ଼ା ବିକ୍ରି ଉପରେ କଟକଣା, ମହାପ୍ରସାଦ ପ୍ରସ୍ତୁତି ପାଇଁ ଉନ୍ନତମାନର ଘିଅ ବ୍ୟବହାର କରିବାକୁ ନେଇ ବୈଠକରେ ହୋଇଛି ଆଲୋଚନା ।

What's Your Reaction?

like

dislike

love

funny

angry

sad

wow