ମୁଖ୍ୟଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା
ଓଡ଼ିଶାର ନୂଆ ମୁଖ୍ୟଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା। ଆଜି ସେ ଲୋକସେବା ଭବନ ଯାଇ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ଗ୍ରହଣ କରିଛନ୍ତି ଦାୟିତ୍ୱ । ମନୋଜ ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ୍ ଅଧିକାରୀ।ସେ ପ୍ରଥମେ ଓଡ଼ିଶାରେ ଉପଜିଲାପାଳ ଭାବେ ଆରମ୍ଭ କରିଥିଲେ କାର୍ଯ୍ୟ । ଓଡ଼ିଶା ସରକାରଙ୍କ ସମବାୟ, ଖଣି ଓ ଇସ୍ପାତ, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଭାବେ ମଧ୍ୟ ନିର୍ବାହ କରିଛନ୍ତି ଦାୟିତ୍ୱ । ବାଣିଜ୍ୟ କର କମିଶନର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ମନୋଜ ଆହୁଜା।
What's Your Reaction?