କାହିଁକି ରଘୁବର ଦେଲେ ଇସ୍ତଫା: ସୁରାକ ପାଇଲେନି ରାଜ୍ୟ ବିଜେପି ନେତା
ବଦଳିଲେ ୫ ରାଜ୍ୟର ରାଜ୍ୟପାଳ। ଓଡ଼ିଶା ସମେତ ବିହାର,ଆସାମ, ମେଘାଳୟ ଓ କେରଳରେ ରାଜ୍ଯପାଳ ବଦଳିଛନ୍ତି। ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କମଭମପତି ହରି ବାବୁ ହୋଇଛନ୍ତି ରାଜ୍ୟପାଳ। ଏହା ପୂର୍ବରୁ ମିଜୋରାମ ରାଜ୍ୟପାଳ ଥିଲେ ହରିବାବୁ। ଅତି ଗୁପ୍ତ ରଖାଯାଇଥିଲା ରଘୁବରଙ୍କ ଇସ୍ତଫାକୁ। ଅଳ୍ପ କିଛି ଜଣଙ୍କୁ ଛାଡିଲେ ରାଜ୍ୟ ବିଜେପିର କୌଣସି ନେତା ମଧ୍ୟ ପାଇନଥିଲେ ଏହାର ସାମାନ୍ୟତମ ସୁରାକ। ତେବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କାହିଁକି ଇସ୍ତଫା ଦେଲେ ରଘୁବର, ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେହିପରି ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ପୁଣିଥରେ ରାଜନୀତିକୁ ଫେରିବେ କି ରଘୁବର ବୋଲି ସୃଷ୍ଠି ହୋଇଛି ପ୍ରଶ୍ନବାଚୀ ?
Jangyaseni Parida