ପୁଞ୍ଚରେ ବଡ଼ ଧରଣର ଦୁର୍ଘଟଣା , ୫ ଯବାନ ସହିଦ୍

ଜମ୍ମୁ ଓ କାଶ୍ମୀର ପୁଞ୍ଚର ଘାରୋଆ ଅଞ୍ଚଳରେ ଘଟିଛି ବଡ଼ ଧରଣର ଅଘଟଣ। ୩୦୦ ଫୁଟ ଗଭୀର ଘାଇକୁ ଏକ ଆର୍ମି ଟ୍ରକ ଖସିପଡିବା ଯୋଗୁଁ ୫ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଯବାନ ହୋଇଛନ୍ତି ଗୁରୁତର ଆହତ । ୬ଟି ଟ୍ରକରେ ଯବାନମାନେ ବାନୋଇକୁ ଯାଉଥିବାବେଳେ ବାଟରେ ଘଟିଥିଲା ଏହି ଅଘଟଣ। ମୃତାହତ ଯବାନମାନେ ହେଉଛନ୍ତି ହ୍ବାଇଟନାଇଟ କର୍ପ୍ସର ଯବାନ । ସମ୍ଭବତଃ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା କରାଯାଉଛି ଆଶଙ୍କା। ଘଟଣାରେ ବିଭିନ୍ନ ମହଲରୁ କରାଯାଇଛି ଶୋକବ୍ୟକ୍ତ।
What's Your Reaction?






