ବାଲେଶ୍ଵର ପୁଲିସର ଏନକାଉଣ୍ଟର : ଡକାୟତି ଯୋଜନା ପଣ୍ଡ

Sep 4, 2026 - 13:51
 0  0
ବାଲେଶ୍ଵର ପୁଲିସର ଏନକାଉଣ୍ଟର : ଡକାୟତି ଯୋଜନା ପଣ୍ଡ

ଦୀର୍ଘ ଦିନ ବ୍ୟବଧାନରେ ପୁଣି ଗର୍ଜିଛି ବାଲେଶ୍ଵରଜିଲ୍ଲା ପୁଲିସ ବନ୍ଧୁକ। ଏକ ଡକାୟତି ଯୋଜନା ପଣ୍ଡ କରିବାକୁ ଯାଇଥିବା ବେଳେ ପୁଲିସ ଉପରକୁ ଦୁର୍ଦାନ୍ତ ଅପରାଧୀ ଲୋକେଶ୍ ସିଂହ ଗୁଳି ଚଳାଇବାରୁ ପୁଲିସ ପାଲଟା ଗୁଳି ଚାଳନା କରିଥିଲା 

ଦୀର୍ଘ ଦିନ ବ୍ୟବଧାନରେ ପୁଣି ଗର୍ଜିଛି ବାଲେଶ୍ଵରଜିଲ୍ଲା ପୁଲିସ ବନ୍ଧୁକ। ଏକ ଡକାୟତି ଯୋଜନା ପଣ୍ଡ କରିବାକୁ ଯାଇଥିବା ବେଳେ ପୁଲିସ ଉପରକୁ ଦୁର୍ଦାନ୍ତ ଅପରାଧୀ ଲୋକେଶ୍ ସିଂହ ଗୁଳି ଚଳାଇବାରୁ ପୁଲିସ ପାଲଟା ଗୁଳି ଚାଳନା କରିଥିଲା। ଏଥିରେ ଲୋକେଶ ଆହାତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ଯାଇ ସିମୁଳିଆ ପୋଲିସ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି।

ଜିଲ୍ଲା ପୁଲିସ ମୁଖ୍ୟାଳୟ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ ପ୍ରତ୍ୟୁଷ ଦିବାକରଙ୍କ ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୧୨ଟା ୧୫ ମିନିଟ ସମୟରେ ସିମୁଳିଆ ଥାନା ଆଇଆଇସି ଓ ତାଙ୍କ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ଆଡା ଗାଁ ନିକଟରେ କିଛି ଦୁର୍ଦ୍ଦାନ୍ତ ଅପରାଧୀ ଏକତ୍ରିତ ହୋଇ ଡକାୟତି ଯୋଜନା କରୁଥିବା ନେଇ ସୂଚନା ପାଇଥିଲେ। 

ସୂଚନା ପାଇବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ଦୁଇଟି ମୋଟରସାଇକେଲ ସହ ୫ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖି ପୁଲିସ ପଚରାଉଚରା କରିବାକୁ ଉଦ୍ୟମ କରିଥିଲା। ପୁଲିସକୁ ଦେଖି ସେମାନେ ମୋଟରସାଇକେଲରେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ।

ପୁଲିସ ସେମାନଙ୍କ ପିଛା କରୁଥିବା ବେଳେ ଗୋଟିଏ ମୋଟରସାଇକେଲରେ ଥିବା ଲୋକେଶ ଓ ଅନ୍ୟ ଜଣେ ତଳେ ପଡ଼ିଯାଇଥିଲେ। ଅନ୍ୟମାନେ ଫେରାର ହୋଇଯାଇଥିବା ବେଳେ ଲୋକେଶ ଗିରଫରୁ ବର୍ତ୍ତିବା ପାଇଁ ପୋଲିସ ଉପରକୁ ପିସ୍ତଲ ଉଠାଇଥିଲା । ପୋଲିସ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ଦେଖି ପୁଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ଲୋକେଶଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା। ପରେ ପୁଲିସ ତାଙ୍କୁ କାବୁ କରି ଚିକିତ୍ସା ପାଇଁ ଭଦ୍ରକ ଡିଏଚ୍‌ଏଚ୍‌କୁ ପଠାଇଥିଲା। ତାଙ୍କ ନିକଟରୁ ଏକ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି ଏବଂ ଘଟଣାରେ ବ୍ୟବହୃତ ମୋଟରସାଇକେଲ ଜବତ କରାଯାଇଛି।

ଜେରା ବେଳେ ଲୋକେଶ ଓ ତାଙ୍କ ସହଯୋଗୀମାନେ ଆଡା ଗାଁରେ ଡକାୟତି କରିବା ପାଇଁ ଏକତ୍ରିତ ହୋଇଥିବା ସ୍ୱୀକାର କରିଥିବା ପୋଲିସ କହିଛି। ଫେରାର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଓ ଚଢ଼ଉ ଜାରି ରହିଛି। ବାଲେଶ୍ଵରରେ ଲୋକେଶ ନାମରେ ଚୋରି, ଡକାୟତି ଭଳି ୧୦ ମାମଲା ଥିବା, ବିହାରରୁ ଆସି ଲୋକେଶ ବାଲେଶ୍ଵରରେ ଅପରାଧ ଘଟାଉଥିବା ବେଳେ ପ୍ରାୟ ମାସେ ତଳେ ସୋର ଜେଲ୍ରୁ ମୁକୁଳିଥିଲା। ଲୋକେଶର ଅପରାଧ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି। 

What's Your Reaction?

like

dislike

love

funny

angry

sad

wow