କନିଷ୍ଠ ଯନ୍ତ୍ରୀଙ୍କ ଅପାର ସମ୍ପତ୍ତି, ୧୪ ଲକ୍ଷରୁ ଅଧିକ ଟଙ୍କା ଠାବ

Sep 1, 2024 - 13:08
 0  1
କନିଷ୍ଠ ଯନ୍ତ୍ରୀଙ୍କ ଅପାର ସମ୍ପତ୍ତି, ୧୪ ଲକ୍ଷରୁ ଅଧିକ ଟଙ୍କା ଠାବ

ଗତ କାଲି ରାୟଗଡ଼ା କାଶିପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ଭିଜିଲାନ୍ସ ବିଭାଗ ଧରିବା ପରେ ରାତିଯାକ କନିଷ୍ଠ ଯନ୍ତ୍ରୀଙ୍କ ଫରେଷ୍ଟ କଲୋନୀ ସ୍ଥିତ ବାସଭବନରେ କରିଥିଲା ଚଢ଼ାଉ। ଭୋର ୩ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଚଢ଼ାଉ କାର୍ଯ୍ୟ। ଚଢ଼ାଉ ସମୟରେ ତାଙ୍କ ବାସଭବନରୁ ମିଳିଛି ନଗଦ ୧୪ ଲକ୍ଷ ୮୦ ହଜାର ଟଙ୍କା ଓ ୨୫ ଭରି ସୁନା । ଏହାସହ ଟିକିରିରେ ରହିଛି ୩ ମହଲା ଗୋଟିଏ ଫ୍ଲାଟ, ଯାହାର ଆନୁମାନିକ ମୂଲ୍ୟ ହେବ ୧ କୋଟି ଟଙ୍କା।ସେହିପରି ରାୟଗଡାରେ ସ୍ତ୍ରୀଙ୍କ ନାଁରେ ୪ଟି ପ୍ଲଟ,  ୨ ଚକିଆ ଦୁଇଟି ଓ ୪ ଚକିଆ ଦୁଇଟି ଗାଡି ମଧ୍ଯ ହୋଇଛି ଠାବ। କନିଷ୍ଠ ଯନ୍ତ୍ରୀଙ୍କ ବାସଭବନରେ ଚଢ଼ାଉ ଶେଷ ପରେ ଟିକିରି ଅଭିମୁଖେ ଗସ୍ତ କରିଛି ଭିଜିଲାନ୍ସ ବିଭାଗର ଏକ ଦଳ। ସେଠାରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଛି ସୂଚନା। ସୂଚନାଯୋଗ୍ୟ ଯେ,ରାୟଗଡ଼ାର DFO କଲୋନୀରେ ଥିବା ବାସଭବନରେ ଠିକାଦାର କ୍ଷେତ୍ର ମାଝିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଥିଲେ ପୂର୍ଣ୍ଣଚନ୍ଦ୍ର।

What's Your Reaction?

like

dislike

love

funny

angry

sad

wow