ବାଂଲାଦେଶରେ ହିନ୍ଦୁ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରୁଛନ୍ତି ଛାତ୍ରଛାତ୍ରୀ

ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିବା ପରଠାରୁ ବାଂଲାଦେଶରେ ବଢ଼ିବାରେ ଲାଗିଛି ହିନ୍ଦୁ ବିରୋଧୀ କାର୍ଯ୍ୟ । ବିଭିନ୍ନ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଇସ୍ତଫା ଦେବା ଲାଗି କରାଯାଉଛି ବାଧ୍ୟ। ଏପରିକି ବିକ୍ଷୋଭ କରିବା ସହ ଚାପ ମଧ୍ୟ ପକାଯାଉଛି । ଯେଉଁ କାରଣରୁ ସେମାନେ ବାଧ୍ୟ ହୋଇ ଛାଡ଼ୁଛନ୍ତି ଚାକିରୀ । ପାଖାପାଖି ୫୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ନିଜର ପଦରୁ ଇସ୍ତଫା ଦେଇସାରିଥିବା ମିଳିଛି ସୂଚନା । ଏପରିକି ଚାକିରୀ ନଛାଡ଼ିଲେ ମାରି ଦେବାକୁ ମଧ୍ୟ ଦିଆଯାଉଛି ଧମକ।
What's Your Reaction?






