କଟକ ରେଭେନ୍ସା ୟୁନିଭରସିଟିର ନାଁ ପରିବର୍ତ୍ତନ ପ୍ରସ୍ତାବକୁ ନେଇ କଡ଼ା ସମାଲୋଚନା କରିଛି ବିଜେଡି

Sep 1, 2024 - 14:39
 0  3
କଟକ ରେଭେନ୍ସା ୟୁନିଭରସିଟିର ନାଁ ପରିବର୍ତ୍ତନ ପ୍ରସ୍ତାବକୁ ନେଇ କଡ଼ା ସମାଲୋଚନା କରିଛି ବିଜେଡି

କଟକ ରେଭେନ୍ସା ୟୁନିଭରସିଟିର ନାଁ ପରିବର୍ତ୍ତନ ପ୍ରସ୍ତାବକୁ ନେଇ କଡ଼ା ସମାଲୋଚନା କରିଛି ବିଜେଡି ।ଏନେଇ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରେଭେନ୍ସା ବ୍ରାଣ୍ଡ ତିଆରି ପାଇଁ ବହୁ କଷ୍ଟ କରିବାକୁ ପଡ଼ିଛି। ଏହାକୁ ନଷ୍ଟ କରନ୍ତୁ ନାହିଁ ସରକାର । ରେଭେନସା ହେଉଛି ଉଚ୍ଚ ଶିକ୍ଷାର ଏକ ବଡ଼ ଅନୁଷ୍ଠାନ। ନାଁ ବଦଳାଇବା ପ୍ରସ୍ତାବ ଦେଇ ମନ୍ତ୍ରୀ ନିଜର ହୀନ ମାନସିକତା ଦେଖାଇଥିବା କହିଛନ୍ତି ଲେଖାଶ୍ରୀ ।  ସେପଟେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ରେଭେନସା ହେଉଛି ଓଡ଼ିଶାର ଗର୍ବ ଓ ଗୌରବ। ଓଡ଼ିଶା ଅସ୍ମିତାର ଆଳ ଦେଖାଇ ନାଁ ପରିବର୍ତ୍ତନ କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ,ଯାହାକୁ ନେଇ ସମସ୍ତେ ଚିନ୍ତିତ । ସେ ସମୟରେ ରେଭେନ୍ସା ପାଇଁ ଶିକ୍ଷାର ପ୍ରସାର ପ୍ରସାର ହୋଇଥିଲା। ମଝିରେ ମଝିରେ ବିଳି ବିଳେଇ ହେଉଛନ୍ତି ଧର୍ମେନ୍ଦ୍ର ବାବୁ। ଦେଶର ଶିକ୍ଷାମନ୍ତ୍ରୀ ଭାବେ ସେ ଶିକ୍ଷକ ଓ ଛାତ୍ରଙ୍କ ଉନ୍ନତି କଥା ଚିନ୍ତା କରିବା ଉଚିତ। ରେଭେନ୍ସାକୁ ରାଜନୀତି ଭିତରେ ନ ପୁରାଇ ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଲେନିନ ମହାନ୍ତି।ସେହିପରି ବାଲେଶ୍ଵର ରେମୁଣା ନାବାଳିକା ଦୁଷ୍କର୍ମ ଓ ହତ୍ୟାର ଉପଯୁକ୍ତ ତଦନ୍ତ ଏବଂ ପୀଡ଼ିତାଙ୍କ ପରିବାରରକୁ ଅତିକମରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛି  ବିଜେଡି।ଲେଖାଶ୍ରୀ ଏକ ପ୍ରେସମିଟ କରି କହିଛନ୍ତି ଯେ, ଶାସକ ଦଳ ଚାପରେ ଏହି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଛି ପ୍ରଶାସନ ।  ଆଦିବାସୀଙ୍କୁ ସମ୍ମାନ ଦେବା କଥା ବିଜେପି ମାର୍କେଟିଂ କରୁଛି, କିନ୍ତୁ ଆଦିବାସୀ ନାବାଳିକାକୁ ନ୍ୟାୟ ନ ମିଳିବ ଦୁର୍ଭାଗ୍ୟଜନକ। 


What's Your Reaction?

like

dislike

love

funny

angry

sad

wow