ନେତାନ୍ୟାହୁଙ୍କ ନିଖୋଜ ଗୁଜବ ଖଣ୍ଡନ

Mar 15, 2026 - 12:25
 0  0
ନେତାନ୍ୟାହୁଙ୍କ ନିଖୋଜ ଗୁଜବ ଖଣ୍ଡନ

ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଏବଂ ଉତ୍ତେଜନା ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିଖୋଜକୁ ନେଇ ପ୍ରଚାରିତ ହେଉଥିଲା ଏକ ବଡ଼ ଗୁଜବ। ହେଲେ ଆଜି ଏହି ସମସ୍ତ ଦାବିକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ।ଇଣ୍ଟରନେଟ୍ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ହଠାତ୍ ଖବର ଭାଇରାଲ୍ ହୋଇଥିଲା ଯେ ନେତାନ୍ୟାହୁଙ୍କୁ କରାଯାଇଛି ହତ୍ୟା।ତେବେ  ସ୍ପଷ୍ଟୀକରଣ ଦେଇ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, "ପ୍ରଧାନମନ୍ତ୍ରୀଙ୍କ ନିଖୋଜକୁ ନେଇ ଯେଉଁ ଖବର ପ୍ରଚାରିତ ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏହା ଏକ ନକଲି ଖବର । ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ।"




What's Your Reaction?

like

dislike

love

funny

angry

sad

wow