ଦେଶରେ ପ୍ରଥମ ଇଚ୍ଛାମୃତ୍ୟୁକୁ ମିଳିଲା ମଞ୍ଜୁରୀ
ଦେଶରେ ପ୍ରଥମ ଇଚ୍ଛାମୃତ୍ୟୁକୁ ମିଳିଲା ମଞ୍ଜୁରୀ। ଗତ ୧୩ ବର୍ଷ ଧରି ଅଚେତ ଅବସ୍ଥାରେ ଶଯ୍ୟାଶାୟୀ ଥିବା ଗାଜିଆବାଦ ବାସିନ୍ଦା ହରିଶ ରାଣାଙ୍କୁ 'ଇଚ୍ଛାମୃତ୍ୟୁ' ପାଇଁ ମଞ୍ଜୁରୀ ଦେଇଛନ୍ତି ସର୍ବୋଚ୍ଚଅଦାଲତ । ’ ଚଣ୍ଡିଗଡ଼ ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ହରିଶ । ୨୦୧୩ରେ ଛାତ୍ରାବାସର ଚତୁର୍ଥ ମହଲାରୁ ସେ ଖସିପଡ଼ିଥ୍ଲେ। ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଲରେ ଗତ ୧୩ ବର୍ଷ ଧରି ସେ ଅଚେତ ଅବସ୍ଥାରେ ପଡ଼ିରହିଛନ୍ତି। ଅକାମୀ ହୋଇଯାଇଛି ଶରୀରର ୧୦୦% ଅଙ୍ଗ । ଅନେକ ପ୍ରୟାସ ସତ୍ତ୍ୱେ ଶେଷରେ ନିରୁପାୟ ହୋଇ ଅଦାଲତରେ ପୁଅର ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିଲେ ହରିଶଙ୍କ ବାପା-ମା’।
What's Your Reaction?