ଏମପକ୍ସକୁ ନେଇ ସତର୍କତା ଜାରି କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Aug 15, 2024 - 14:17
 0  5
ଏମପକ୍ସକୁ ନେଇ ସତର୍କତା ଜାରି କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ଓ ପଡୋଶୀ ରାଷ୍ଟ୍ରରେ ମଙ୍କିପକ୍ସ ସଂକ୍ରମଣ ବ୍ୟାପୁଥିବାରୁ ଦୁଇ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସମଗ୍ର ବିଶ୍ୱ ଲାଗି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।ସାଧାରଣତଃ ପାରସ୍ପରିକ ସଂସ୍ପର୍ଶ ଜରିଆରେ ବ୍ଯାପିବା ସହ ରୋଗୀକୁ ମୃତ୍ଯୁମୁଖରେ ପକାଇଥାଏ ମଙ୍କିପକ୍ସ । ସଂକ୍ରମିତ ବ୍ଯକ୍ତିଙ୍କ କ୍ଷେତ୍ରରେ ଫ୍ଲୁ ଧରଣର ଲକ୍ଷଣ ପ୍ରକାଶ ପାଇଥାଏ ଏବଂ ଶରୀର ଭିତରରେ କ୍ଷତ ସୃଷ୍ଟି କରିବାରେ ହୋଇଥାଏ ସକ୍ଷମ। କଙ୍ଗୋରେ ଏହି ରୋଗ ଦ୍ରୁତ ଗତିରେ ବିସ୍ତାର କରିବାରୁ ବୁରୁଣ୍ଡି, କେନିଆ, ରାୱାଣ୍ଡା, ଉଗାଣ୍ଡା ଆଦି ଦେଶକୁ ଏହା ପ୍ରସାରିତ ହେଉଥିବା ମିଳିଛି ସୂଚନା। ତେଣୁ ସଂକ୍ରମଣରୁ ରକ୍ଷା ଦିଗରେ ପଦକ୍ଷେପ ନେବା ଲାଗି ଆହ୍ବାନ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ମହାନିର୍ଦ୍ଦେଶକ ଟେଡରସ ଏଡନୋମ ଘେବ୍ରେୟସସ।

What's Your Reaction?

like

dislike

love

funny

angry

sad

wow