୩୪ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ

୩୪ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ

ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୩୪ଟି ଆରୋପର ତଦନ୍ତ ପରେ ସେ ହୋଇଛନ୍ତି ଦୋଷୀ ସାବ୍ୟସ୍ତ ।ପର୍ଣ୍ଣ ତାରକା ଷ୍ଟୋର୍ମି ଡାନିଏଲ୍ସଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ଥିବା ନେଇ ହୋଇଥିଲା ଅଭିଯୋଗ । ଚୁପ୍ ରହିବା ପାଇଁ  ସେ ଲାଂଚ ସ୍ୱରୂପ ତାଙ୍କୁ ଦେଇଥିଲେ ଟଙ୍କା  । ଟଙ୍କା ଦେବାକୁ ଲୁଚାଇବା ପାଇଁ ନକଲି କାଗଜପତ୍ର ପ୍ରସ୍ତୁତ କରିଥିଲେ ଟ୍ରମ୍ପ । ୨ ଦିନ ଧରି ଚାଲିଥିବା ଏହି ଶୁଣାଣିରେ ଯୁକ୍ତି ଶୁଣିବା ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି  ୧୨ ଜଣିଆ ବିଚାରପତି । ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କ ଉପରେ  ଲାଗୁ ହୋଇନାହିଁ କୌଣସି ଦଣ୍ଡ ବିଧାନ। ତାଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରାଯିବ ସେନେଇ ଜୁଲାଇ ୧୧ରେ ହେବ ଶୁଣାଣି  ।  କିନ୍ତୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଟ୍ରମ୍ପ ।ତେବେ ପୂର୍ବତନ ରାଷ୍ଟ୍ରପତି ଭାବରେ କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରେ ପ୍ରଥମ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଇତିହାସରେ ଏହା ପୂର୍ବରୁ ଘଟିନଥିଲା ଏଭଳି ଘଟଣା।