ଶୋଷଣ ଅଭିଯୋଗରେ ହିନ୍ଦୁଜା ପରିବାରର ୪ ସଦସ୍ୟଙ୍କୁ ସାଢ଼େ ୪ ବର୍ଷ କାରାଗାର

Jun 22, 2024 - 11:13
 0  2
ଶୋଷଣ ଅଭିଯୋଗରେ ହିନ୍ଦୁଜା ପରିବାରର ୪ ସଦସ୍ୟଙ୍କୁ ସାଢ଼େ ୪ ବର୍ଷ କାରାଗାର

ଦୋଷୀ ସାବ୍ୟସ୍ତ ହେଲେ ବ୍ରିଟେନ୍‌ର ସବୁଠାରୁ ଧନୀ ତଥା ଭାରତୀୟ ମୂଳବାସିନ୍ଦା ହିନ୍ଦୁଜା ପରିବାରର ୪ ଜଣ ସଦସ୍ୟ। ଘରୋଇ ସହାୟକଙ୍କୁ ଶୋଷଣ କରୁଥିବା ଅଭିଯୋଗରେ ହିନ୍ଦୁଜା ପରିବାରର ୪ ଜଣ ସଦସ୍ୟଙ୍କୁ ୪.୫ ବର୍ଷ କାରାଗାର ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱିଜରଲାଣ୍ଡର ଏକ  ଅଦାଲତ। ଅଦାଲତ ନିଜ ରାୟରେ କହିଛନ୍ତି ଯେ, ଭାରତରୁ ଘରୋଇ ସହାୟକଙ୍କୁ ଆଣି ଏମାନେ କରୁଥିଲେ ଶୋଷଣ। ଏପରିକି ସହାୟକଙ୍କୁ ସ୍ୱିଜରଲାଣ୍ଡ ନେବା ପରେ ସେମାନଙ୍କ ପାସପୋର୍ଟ ମଧ୍ୟ କରିନେଉଥିଲେ ଜବତ।ସେମାନଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବା ସହ ଅଧିକ ଘଣ୍ଟା କାମ କରିବାକୁ କରୁଥିଲେ ବାଧ୍ୟ ଏବଂ ମଜୁରୀ ଭାବରେ ପ୍ରତିଦିନ ପ୍ରଦାନ କରୁଥିଲେ ମାତ୍ର ୮ଡଲାର ବା ପ୍ରାୟ ୬୫୦ ଟଙ୍କା। ସେହିପରି ଜଣେ କର୍ମଚାରୀଙ୍କ ଦରମା ଅପେକ୍ଷା ନିଜ କୁକୁରରେ ଅଧିକ ଖର୍ଚ୍ଚ କରୁଥିଲେ ହିନ୍ଦୁଜା ପରିବାର। ଅଧିକନ୍ତୁ, କର୍ମଚାରୀମାନଙ୍କୁ ସ୍ୱିସ୍ ଫ୍ରାଙ୍କ ବଦଳରେ ଭାରତୀୟ ମୁଦ୍ରାରେ ଟଙ୍କା ଦିଆଯାଉଥିବା ହୋଇଥିଲା ଅଭିଯୋଗ । 

What's Your Reaction?

like

dislike

love

funny

angry

sad

wow