ପୋଲିଓ ଟିକାକରଣ ଅଭିଯାନ ପୂର୍ବରୁ ଗାଜା ଉପତ୍ୟକାରେ ଇସ୍ରାଏଲର ଆକ୍ରମଣ,୫୦ରୁ ଅଧିକ ମୃତ

Sep 1, 2024 - 12:55
 0  5
ପୋଲିଓ ଟିକାକରଣ ଅଭିଯାନ ପୂର୍ବରୁ ଗାଜା ଉପତ୍ୟକାରେ ଇସ୍ରାଏଲର ଆକ୍ରମଣ,୫୦ରୁ ଅଧିକ ମୃତ

ପୋଲିଓ ଟିକାକରଣ ଅଭିଯାନ ପୂର୍ବରୁ ଗାଜା ଉପତ୍ୟକାରେ ଇସ୍ରାଏଲର ବଡ ଆକ୍ରମଣ । ଫଳରେ ୫୦ରୁ ଅଧିକ ନାଗରିକଙ୍କ ଘଟିଛି ମୃତ୍ୟୁ।ଏନେଇ ସୂଚନା ଦେଇଛନ୍ତି ପାଲେଷ୍ଟାଇନ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ  ।  ମିଳିତ ଜାତିସଂଘ ପକ୍ଷରୁ ପ୍ରାୟ ୬ ଲକ୍ଷ ୪୦ ହଜାର ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବାକୁ ଥିଲା ଲକ୍ଷ୍ୟ। ହେଲେ ଏହାପୂର୍ବରୁ ଇସ୍ରାଏଲ ସେନା ହମାସ ଆତଙ୍କବାଦ ବିରୋଧରେ ଲଢେଇ ଜୋରଦାର କରିବାକୁ ଯାଇ କରିଛି ବଡ଼ ଆକ୍ରମଣ । ସେପଟେ ଇସ୍ରାଏଲ-ଲେବାନନ୍ ସୀମାନ୍ତ ଅଞ୍ଚଳରେ ଇରାନ ସମର୍ଥିତ ହିଜବୁଲ୍ଲା ସହ ମଧ୍ୟ ତୀବ୍ର ହୋଇଛି ସଂଘର୍ଷ। ଏଥିରେ ଇରାନ ସମର୍ଥିତ ଇସଲାମିକ ଜିହାଦ ବାହିନୀର ସ୍ଥାନୀୟ କମାଣ୍ଡରଙ୍କ ସମେତ ଅତି କମରେ ନିହତ ହୋଇଛନ୍ତି ୧୭ ଜଣ ପାଲେଷ୍ଟାଇନ । 

What's Your Reaction?

like

dislike

love

funny

angry

sad

wow