ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ 'ଆସନା'

Sep 1, 2024 - 12:34
 0  6
ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ 'ଆସନା'

ଆରବ ସାଗର ପଟୁ ଗୁଜରାଟକୁ ମାଡ଼ି ଆସୁଛି ସାମୁଦିକ ଝଡ଼ 'ଆସନା'। ଏହାର ପ୍ରଭାବରେ ସାରା ରାଜ୍ୟରେ ୫ ତାରିଖ ଯାଏ ଭୀଷଣରୁ ଅତି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ସାମୁଦ୍ରିକ ଝଡ଼ ସୌରାଷ୍ଟ୍ର ଏବଂ କଚ୍ଚ ଦେଇ ଅତିକ୍ରମ କରିବାର ରହିଛି ଆଶଙ୍କା। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ସ୍ଥଳଭାଗ ମୁହାଁ ଗତି କରିବ ସାମୁଦ୍ରିକ ଝଡ଼ 'ଆସନା'। ଏଥିପାଇଁ ଅଧିକ ପ୍ରଭାବିତ ହେବାକୁ ଥିବା ଦକ୍ଷିଣ ଗୁଜରାଟ ପାଇଁ ଜାରି କରାଯାଇଛି କମଳା ସତର୍କତା। ସେହିପରି ଗତ କିଛି ଦିନ ହେବ ଗୁଜରାଟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି,ଯେଉଁଥିରେ ଏଯାଏଁ ୩୬ଜଣଙ୍କର ଗଲାଣି ଜୀବନ ।

What's Your Reaction?

like

dislike

love

funny

angry

sad

wow