ସୁବର୍ଣ୍ଣରେଖାରେ ବଢୁଛି ବନ୍ୟା ଆଶଙ୍କା, ସତର୍କ ସଙ୍କେତ ଟପିଲା ଜଳସ୍ତର

Sep 26, 2026 - 10:09
ସୁବର୍ଣ୍ଣରେଖାରେ ବଢୁଛି ବନ୍ୟା ଆଶଙ୍କା, ସତର୍କ ସଙ୍କେତ ଟପିଲା ଜଳସ୍ତର

ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର,ସତର୍କ ସଙ୍କେତ ଉପରେ ପ୍ରବାହିତ ନଦୀର ଜଳସ୍ତର । ନଦୀର ରାଜଘାଟ ଠାରେ ସତର୍କ ସଙ୍କେତ ୯.୪୫ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୧୬ ମିଟର ରେ ପ୍ରବାହିତ ହେଉଛି । 

 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର,ସତର୍କ ସଙ୍କେତ ଉପରେ ପ୍ରବାହିତ ନଦୀର ଜଳସ୍ତର । ନଦୀର ରାଜଘାଟ ଠାରେ ସତର୍କ ସଙ୍କେତ ୯.୪୫ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୧୬ ମିଟର ରେ ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ଜଳସ୍ତର, ବାଲିଆପାଳ ଓ ତଳିଆ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା । 

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ବିପଦ ସଙ୍କେତ ୬.୫୦ ରହିଥିବା ବେଳେ  ସକାଳ ୬ ଟା ସୁଦ୍ଧା ୬,୭୮ ମିଟର ରେ ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଶୁଳିଆପଦା ମୋରଡା ଚିତ୍ରଡା ଅଞ୍ଚଳରେ ଲଘୁଚାପ ଜନିତ ଜନିତ ଲଗାଣ ବର୍ଷା ସାଙ୍ଗକୁ ବସ୍ତା ଅଞ୍ଚଳରେ ତୁହାକୁ ତୁହା ବର୍ଷା ଯୋଗୁଁ ବଢୁଛି ନଦୀର ଜଳସ୍ତର । ଜଳସ୍ତର ବୃଦ୍ଧି ପାଉଥିବାରୁ ବସ୍ତା ବ୍ଲକର ବାହାର୍ଦାର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୫ ଟି ପଞ୍ଚାୟତ ପ୍ରଭାବିତ ହୋଇଛି ।

୩୦ ରୁ ଅଧିକ ଗାଁ ପାଣି ଘେରରେ ରହିଛି,ବନ୍ୟା ଯୋଗୁଁ କିଛି କିଛି ଗାଁ ର ମୁଖ୍ୟ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି । ପାଖାପାଖି ୧୦ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ଜଣାପଡିଛି, ବିଭିନ୍ନ ରାସ୍ତା ଉପରେ ବନ୍ୟା ପାଣି ପ୍ରଭାବିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପୂର୍ବ ବନ୍ୟାରୁ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା । କିଛି କିଛି ଚାଷୀ ୩ ମାସିଆ ଧାନ ଚାଷ କରିବା ପାଇଁ ତଳି ପକାଇଥିଲେ ମାତ୍ର ଏହି ବନ୍ୟା ସବୁ ଉଜାଡ଼ି ଦେଲା, ଚାଷୀଙ୍କ ପାଖରେ ଆଉ ସମ୍ବଳ ନଥିବାରୁ ସରକାରଙ୍କ ସହାୟତା ଅପେକ୍ଷାରେ ରହିଛି । 

What's Your Reaction?

like

dislike

love

funny

angry

sad

wow