୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ , ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି

ସ୍ୱାଭାବିକ ସମୟର ୨ଦିନ ପୂର୍ବରୁ ଓଡିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ମାଲକାନଗିରିରେ ହୋଇଛି ପ୍ରବଳ ବର୍ଷା । ଗତ ୨୪ ଘଂଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୫୫.୫ ମିଲିମିଟର ବର୍ଷା ହୋଇଛି ରେକର୍ଡ। ସେହିପରି ଦାରିଙ୍ଗବାଡ଼ିରେ ୪୩, ଟିଟିଲାଗଡ଼ରେ ୨୩, କେନ୍ଦୁଝରରେ ୮.୭, ଫୁଲବାଣୀରେ ୭.୬, ଚାନ୍ଦବାଲିରେ ୪.୮ ମିଲିମିଟର ବର୍ଷା ହୋଇଛି। ଆଜି ମଧ୍ୟ ଏହି ସବୁ ଜିଲ୍ଲା ଓ କେତେକ ଆଭ୍ୟନ୍ତରିଣ ଜିଲ୍ଲାରେ ବର୍ଷା ହେବାର ରହିଛି ସମ୍ଭାବନା । ତେବେ ଉପକୂଳ ଓ କିଛି ଆଭ୍ୟନ୍ତରିଣ ଜିଲ୍ଲାରେ ଆଉ ୨ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲିସ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
What's Your Reaction?






