ୱେଷ୍ଟଇଣ୍ଡିଜର ବିଶାଳ ବିଜୟ
ଟି-୨୦ ବିଶ୍ୱକପ ମୈଦାନରେ ୱେଷ୍ଟଇଣ୍ଡିଜର ହୋଇଛି ବିଶାଳ ବିଜୟ। ଉଗାଣ୍ଡାକୁ ୧୩୪ ରନ୍ ବ୍ୟବଧାନରେ ପରାସ୍ତ କରି ନୂଆ ରେକର୍ଡ କରିଛି ୱେଷ୍ଟଇଣ୍ଡିଜ ବାହିନୀ। ଏହା ପୂର୍ବରୁ ପାକିସ୍ତାନକୁ ୮୪ ରନରେ ପରାସ୍ତ କରିଥିଲା ଦଳ ।ଦକ୍ଷିଣ ଆମେରିକାର ଗୁୟାନା ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଗ୍ରୁପ୍-ସି ପର୍ଯ୍ୟାୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ୱେଷ୍ଟଇଣ୍ଡିଜ ଓ ଉଗାଣ୍ଡା। ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ ବାହିନୀ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ସଂଗ୍ରହ କରିଥିଲା ୧୭୩ ରନ୍। ଦଳ ପକ୍ଷରୁ ସର୍ବାଧିକ ୪୪ ରନ୍ କରିଥିଲେ ଜନସନ ଚାର୍ଲେସ। ଏହାପରେ ୧୭୪ ରନର ଲକ୍ଷକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ଉଗାଣ୍ଡା ଅତି ଶୋଚନୀୟ ଭାବେ ହୋଇଛି ପରାସ୍ତ । ଦଳ ମାତ୍ର ୩୯ ରନରେ ଅଲ୍ ଆଉଟ୍ ହୋଇଯିବା ପରେ ବିରାଟ ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ ।
Jangyaseni Parida