ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ସ୍କ୍ୱାଡ ଘୋଷଣା

ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ସ୍କ୍ୱାଡ ଘୋଷଣା

ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଦଳର 15 ଜଣିଆ ସ୍କ୍ୱାଡଙ୍କ ନାଁ ଘୋଷଣା କରିଛି ବିସିସିଆଇ। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ବିଶ୍ୱକପ୍ ଖେଳିବ ମହିଳା କ୍ରିକେଟ୍ ଦଳ। ଏଥିପାଇଁ କୌରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବାବେଳେ  ସ୍ମୃତି ମନ୍ଧାନାଙ୍କୁ ଦିଆଯାଇଛି ଉପଅଧିନାୟକ ଦାୟିତ୍ୱ । ଅନ୍ୟମାନେ ହେଲେ  ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗୁସ୍, ରିଚା ଘୋଷ, ୟସ୍ତିକା ଭାଟିଆ , ପୂଜା ଭାସ୍ତ୍ରକର, ଅରୁନ୍ଧତୀ ରେଡ୍ଡୀ , ରେଣୁକା ସିଂହ ଠାକୁର, ଦୟାଲାନ ହେମାଲତା, ଆଶା ସୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ ଏବଂ ସାଜନା ସଜୀବନ। ଅକ୍ଟୋବର 3ରୁ ୟୁଏଇରେ ଆରମ୍ଭ ହେବ  ମହିଳା ଟି-20 ବିଶ୍ୱକପ। ଦୁବାଇ ଏବଂ ଶାରଜା ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ୍ । 10ଟି ଦଳ ବିଶ୍ୱକପ୍ ଖେଳୁଥିବା ବେଳେ ମୋଟ୍ 23ଟି ମ୍ୟାଚ୍ ହେବ ଅନୁଷ୍ଠିତ।