ଆଜିଠାରୁ ୫ମ୍ୟାଚ ବିଶିଷ୍ଟ ଭାରତ-ଜିମ୍ବାୱେ ଟି-୨୦ ଶୃଙ୍ଖଳା

ଆଜିଠାରୁ ନୂଆ ଅଧିନାୟକ ଶୁଭମନ୍ ଗିଲଙ୍କ ନେତୃତ୍ବରେ ଖେଳାଯିବ ୫ମ୍ୟାଚ ବିଶିଷ୍ଟ ଭାରତ-ଜିମ୍ବାୱେ ଟି-୨୦ ଶୃଙ୍ଖଳା । ଟି-୨୦ ବିଶ୍ବକପରେ ଭାରତୀୟ ଦଳର ସଫଳତା ପରେ ମନୋବଳ ଦୃଢ ରହିଥିବାରୁ ଗିଲଙ୍କ ନେତୃତ୍ୱରେ ସିରିଜ୍ ମୂଳପୋଛ ପାଇଁ ଲକ୍ଷ୍ୟ ରଖିଛି ଦଳା ତେବେ ପ୍ରଥମ ଦୁଇଟି ମ୍ୟାଚରେ ବିଶ୍ୱବିଜେତା ଦଳର କୌଣସି ଖେଳାଳି ଖେଳିବେ ନାହିଁ ବୋଲି ମିଳିଛି ସୂଚନା ।ଦଳର ସମସ୍ତ ବରିଷ୍ଠ ଖେଳାଳି ମାନଙ୍କୁ ଏହି ସିରିଜରୁ ଦିଆଯାଇଛି ବିଶ୍ରାମ। ସେହିପରି ମୁଖ୍ୟ ପ୍ରଶିକ୍ଷକ ଭାବେ ରାହୁଲ ଦ୍ରାବିଡଙ୍କ କାର୍ୟ୍ୟକାଳ ଶେଷ ହୋଇଥିବା ବେଳେ କାମଚଳା ପ୍ରଶିକ୍ଷକ ଭାବେ ଭିଭିଏସ ଲକ୍ଷ୍ମଣଙ୍କ ତତ୍ବାବଧାନରେ ପଡିଆ ଓହ୍ଲାଇବ ଭାରତୀୟ ଦଳ। ଅଧିନାୟକ ଭାବେ ଶୁଭମନ୍ ଗିଲ ଆଇପିଏଲରେ ନିଜର ଦକ୍ଷତା ଦେଖାଇସାରିଥିବା ବେଳେ ଏହି ଶୃଙ୍ଖଳାରେ ତାଙ୍କ ପ୍ରଦର୍ଶନ ଉପରେ କ୍ରିକେଟ ପ୍ରେମୀଙ୍କ ରହିଛି ନଜର । ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଟି-୨୦ ଫର୍ମାଟରୁ ଅବସର ନେବା ପରେ ଏହି ଶୃଙ୍ଖଳାରେ ଅନେକ ନୂଆ ଚେହେରାଙ୍କୁ ଦିଆଯାଇଛି ସୁଯୋଗ । ରିୟାନ ପରାଗ, ହର୍ଷିତ ଓ ଅଭିଷେକ ଶର୍ମା ଆଜି ଅର୍ନ୍ତଜାତୀୟ ମ୍ୟାଚରେ କରିବେ ପଦାର୍ପଣ ।
What's Your Reaction?






