ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା:

Feb 18, 2026 - 13:42
 0  2
ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା:

୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି ପାକିସ୍ତାନ । ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ ମ୍ୟାଚ ପାକିସ୍ତାନ ପାଇଁ ସୃଷ୍ଟି କରିଛି କର ବା ମର ପରିସ୍ଥିତି। ଯଦି ଦଳ ଏହି ମ୍ୟାଚ ହାରିଯାଏ, ତେବେ ସୁପର ୮ରେ ପହଞ୍ଚିବାର ସ୍ବପ୍ନ ହୋଇପାରେ ଶେଷ  । ଏନେଇ ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ କରିବାକୁ ବିଚାର କରୁଛି ପାକିସ୍ତାନ ।କଲମ୍ବୋର SSC କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳ ମିଶ୍ରଣ ସମ୍ପର୍କରେ ଜୋର ଧରିଛି ଆଲୋଚନା। ରିପୋର୍ଟ ଅନୁଯାୟୀ, ଦଳ କିଛି ଖେଳାଳିଙ୍କୁ ବାଦ ଦେଇପାରେ ଏବଂ ବ୍ୟାଟିଂ ଏବଂ ବୋଲିଂରେ ସନ୍ତୁଳନ ବଜାୟ ରଖିବା ପାଇଁ ନୂତନ ମୁହଁକୁ ଦେଇପାରେ ସୁଯୋଗ ।

What's Your Reaction?

like

dislike

love

funny

angry

sad

wow