ଏପ୍ଷ୍ଟିନ୍-ପୁରୀଙ୍କ ମଧ୍ୟରେ ୬୨ ଇମେଲ ବିନିମୟ ଓ ୧୪ ବୈଠକ ଅଭିଯୋଗ କଲା କଂଗ୍ରେସ
ଆମେରିକାର ଦୋଷୀସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପ୍ଷ୍ଟିନ୍ଙ୍କୁ ୨୦୧୪ରୁ ୨୦୧୭ ମଧ୍ୟରେ ୧୪ ଥର ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ ପୁରୀ। ଏହି ସମୟରେ ଉଭୟଙ୍କ ମଧ୍ୟରେ ୬୨ଟି ଇ-ମେଲ୍ ହୋଇଥିଲା ଆଦାନପ୍ରଦାନ ।ଏଭଳି ଅଭିଯୋଗ କରିଛି କଂଗ୍ରେସ । ଏପ୍ଷ୍ଟିନ୍ ଫାଇଲ୍କୁ ନେଇ ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ପୁରୀ। ସେ ସ୍ପଷ୍ଟୀକରଣ ଦେବା ସହ ନିଜକୁ ସ୍ବଚ୍ଛ ସାବ୍ୟସ୍ତ କରିବାକୁ ଆହ୍ବାନ ଦେଇଛି ବିରୋଧୀ ଦଳ । ଏଥିସହିତ ପୁରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଅନ୍ୟ ପକ୍ଷରେ ବିରୋଧୀ ଦଳର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।ଏପ୍ଷ୍ଟିନ୍ ଫାଇଲ ହେଉଛି ଜେଫ୍ରି ଏପଷ୍ଟିନ୍ ଏବଂ ତାଙ୍କ ସହଯୋଗୀ ଘିସଲେନ୍ ମ୍ୟାକ୍ସୱେଲଙ୍କ ଯୌନ ଅପରାଧର ତଦନ୍ତ ସହିତ ଜଡିତ ହଜାର ହଜାର ପୃଷ୍ଠାର ଦଲିଲ୍, ଯେଉଁଥିରେ ରହିଛି ଯାତ୍ରା ଲଗ୍, ରେକର୍ଡିଂ ଏବଂ ଇମେଲ । ୨୦୧୯ ମସିହାରେ ଏପ୍ଷ୍ଟିନଙ୍କ ହାଜତ ମୃତ୍ୟୁ ପରଠାରୁ ଏହା ହୋଇଛି ଆଲୋଚନାର ବିଷୟ।
What's Your Reaction?